Home ରାଜ୍ୟ ସମାଚାର ରାଜ୍ୟ ସମାଚାର: ଶ୍ରୀମନ୍ଦିର ପରିକ୍ରମା ମାର୍ଗରୁ ଧରାହେଲେ ମଦୁଆ

ରାଜ୍ୟ ସମାଚାର: ଶ୍ରୀମନ୍ଦିର ପରିକ୍ରମା ମାର୍ଗରୁ ଧରାହେଲେ ମଦୁଆ

0

ପୁରୀ ପୋଲିସ ଦ୍ୱାରା ସୋସିଆଲ ମିଡିଆ ମାଧ୍ୟମରେ ପ୍ରାପ୍ତ ସୂଚନାର ଯାଞ୍ଚ କରାଯାଇଥିବାବେଳେ ଜଣେ ବ୍ୟକ୍ତି ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରି ଅନ୍ୟମାନଙ୍କୁ ଅସୁବିଧା ସୃଷ୍ଟି କରୁଥିବା ବିଷୟ ନଜରକୁ ଆସିଛି।

ଉକ୍ତ ବ୍ୟକ୍ତିଙ୍କ ନାମ ସନ୍ତୋଷ କୁମାର @ ବାବୁଲା ସାତପଥୀ (ବୟସ-୪୮), ପିତାଙ୍କ ନାମ ବଞ୍ଚନିଧି ସାତପଥୀ, ଠିକଣା- ମାର୍କଣ୍ଡେଶ୍ୱର ସାହି, ପୋଲିସ ଷ୍ଟେସନ- ବସେଲିସାହି, ଜିଲ୍ଲା- ପୁରୀ।

ସେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ ତଥା ସାର୍ବଜନୀନ ସ୍ଥାନରେ ଅସଭ୍ୟ ଆଚରଣ କରୁଥିଲେ ଭିଡିଓ ମାଧ୍ୟମରେ ପ୍ରମାଣିତ ହୋଇଛି ଏହାସହ ଜାଣିବାକୁ ମିଳିଲା କି ସେ ମଦ୍ୟପାନ କରିଥିଲେ ।

ଏହା ସମ୍ବନ୍ଧରେ ଉପରୋକ୍ତ ବ୍ୟକ୍ତି ବିରୋଧରେ କେଶ କରାଯାଇଛି U/S-292/355 BNS ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version