ପୁରୀ ପୋଲିସ ନାବାଳିକା ନିଖୋଜ ଓ ଛୁଆମାନଙ୍କ ଉଦ୍ଧାର ପାଇଁ ଲାଗାତାର ଭାବରେ ଅଭିଯାନ ଜାରି ରଖିଛନ୍ତି। ପୁରୀ ଟାଉନ ଥାନା ରେ ୨୨.୯.୨୦୨୫ ରେ କେସ ନମ୍ବର ୪୭୮/୨୫ ରେ ଗୋଟିଏ ନାବାଳିକା ଝିଅ ନିଖୋଜ ହୋଇଥିବା ଅଭିଯୋଗ ରଜିଷ୍ଟ୍ର ହୋଇଥିଲା।

ଘଟଣା ଥାନାକୁ ନଜର ଆସିବା ପରେ, ପୁରୀ ଟାଉନ ପୋଲିସ ତତ୍କ୍ଷଣାତ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲାଗାତାର ରେଡ୍ କରିଛନ୍ତି। ଅନେକ ଚେଷ୍ଟା ଓ ଅନୁସନ୍ଧାନ ପରେ, ନାବାଳିକାକୁ ଆଜି କଟକ ରୁ ଉଦ୍ଧାର କରାଯାଇଛି।
ଏହି ଅଭିଯାନରେ ଟାଉନ ପୋଲିସ ଟିମ୍ ର ସଚେତନ ଓ ଦୃଢ଼ ପ୍ରୟାସ ଫଳରୂପ ଏହି ସଫଳତା ମିଳିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।ଏକ ମାସରେ ପୁରୀ ପୋଲିସ ଦ୍ୱାରା ୧୬ ନିଖୋଜ ନାବାଳିକା ଓ ଶିଶୁ ଉଦ୍ଧାର
ଗତ ୧ ମାସରେ ପୁରୀ ପୋଲିସ ଦ୍ୱାରା ୧୫ ଜଣ ନାବାଳିକା ଓ ୧ ଜଣ ଛୋଟ ଛୁଆ ଉଦ୍ଧାର କରାଯାଇଛନ୍ତି।
ଏହି ସଫଳତା ଜିଲ୍ଲାର ସମସ୍ତ ଥାନାର ପ୍ରୟାସ ଓ ଗଭୀର ତଦନ୍ତର ପରିଣାମ ରେ ଘଟିଛି।
ଉଦ୍ଧାର ହୋଇଥିବା ଅପୃକ୍ତମାନଙ୍କ ସଂଖ୍ୟା – ଥାନା ଅନୁସାରେ:
ସି ବିଚ୍ ପୋଲିସ ଷ୍ଟେସନ୍ – ୨ ଝିଅ
ବଳଙ୍ଗା ପୋଲିସ ଷ୍ଟେସନ୍ – ୨ ଝିଅ
ବ୍ରହ୍ମଗିରି ପୋଲିସ ଷ୍ଟେସନ୍ – ୧ ଝିଅ ଓ ୧ ଛୋଟ ଛୁଆ
ଗୋପ ପୋଲିସ ଷ୍ଟେସନ୍ – ୧ ଝିଅ
ଗଡ଼ିଶାଗୋଦା ପୋଲିସ ଷ୍ଟେସନ୍ – ୧ ଝିଅ
ରାମଚଣ୍ଡୀ ପୋଲିସ ଷ୍ଟେସନ୍ – ୧ ଝିଅ
କୃଷ୍ଣପ୍ରସାଦ ପୋଲିସ ଷ୍ଟେସନ୍ – ୧ ଝିଅ
ପିପିଲି ପୋଲିସ ଷ୍ଟେସନ୍ – ୧ ଝିଅ
କୁମ୍ଭରପଡା ପୋଲିସ ଷ୍ଟେସନ୍ – ୩ ଝିଅ
ଟାଉନ ପୋଲିସ ଷ୍ଟେସନ୍ – ୨ ଝିଅ
ପୁରୀ ଜିଲ୍ଲା ପୋଲିସ ସମସ୍ତ ନିଖୋଜ ମାମଲାକୁ ଗଭୀର ଗୁରୁତ୍ୱ ସହ ନେଇ ଅଭିଭାବକମାନଙ୍କ ସହ ଯୋଗାଯୋଗ, ସାଇବର ଟ୍ରାକିଂ, ସୋସିଆଲ୍ ମିଡିଆ ଅନୁସନ୍ଧାନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଟିମ୍ ପଠାଇ ଅଭିଯାନ ଚାଲାଇଛି।
ସମାଜିକ ସଚେତନତା ବିନା ଏହି ଅଭିଯାନ ସଫଳ ହୋଇପାରିବ ନାହିଁ। ତେଣୁ ଜନସାଧାରଣଙ୍କୁ ଅନୁରୋଧ — ନିଖୋଜ ଘଟଣା ସମ୍ପର୍କରେ ଯେକୌଣସି ସନ୍ଦେହଜନକ ତଥ୍ୟ ଥିଲେ, ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରକୁ ତତ୍କ୍ଷଣାତ ଜଣାଇବେ।
ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କହିଛନ୍ତି,
“ନାବାଳିକା ନିଖୋଜ ଝିଅମାନଙ୍କ ଉଦ୍ଧାର ଆମ ମୁଖ୍ୟ ପ୍ରାଥମିକତା। ପୋଲିସ ର ଏହି ଲାଗାତାର ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ। ପୁରୀ ଜିଲ୍ଲାକୁ ନିଖୋଜ ନାବାଳିକା ଶୂନ୍ୟ ଜିଲ୍ଲା କରିବା ଆମ ଲକ୍ଷ୍ୟ।”
ପୁରୀ ପୋଲିସ – ସୁରକ୍ଷିତ ଶିଶୁ, ସୁସ୍ଥ ସମାଜ ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ।
ପୁରୀ ପୋଲିସ ପକ୍ଷରୁ ଟାଉନ ଥାନା କନଫରେନ୍ସ ହଲ ରେ ଏକ ବିଶେଷ ସଚେତନତା ସଭା ଆୟୋଜିତ ହୋଇଥିଲା ଯାହାର ଅଧ୍ୟକ୍ଷତା ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କରିଥିଲେ।
ଏହି ସଭାରେ ସେହି ସମସ୍ତ ଅପ୍ରାପ୍ତବୟସ୍କ ଶିଶୁମାନେ ଯେଉଁମାନେ ପୂର୍ବରୁ କିଛି ଅପରାଧରେ ଜଡିତ ହୋଇଥିଲେ ଓ ଆଇନଗତ ଶାସନ ପାଇଥିଲେ, କିନ୍ତୁ ବର୍ତ୍ତମାନ ସଠିକ୍ ପଥରେ ଫେରି ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି, ସେମାନଙ୍କୁ ଡାକି ସହସ୍ପର୍ଶୀ ଆଲୋଚନା ହୋଇଥିଲା।
ଏହି ସଭାରେ ଏସ୍ପି ପୁରୀ ଶ୍ରୀ ସିଂ ସେମାନଙ୍କ ସହିତ ସାକ୍ଷାତ ଆଲୋଚନା କରି ସେମାନଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ, ପାଠପଢା ଓ ସମାଜରେ ସୁପଥରେ ଚାଲିବା ପାଇଁ ସଂକଳ୍ପ କରାଇଥିଲେ ଓ ସଙ୍କଳ୍ପକୁ ସ୍ୱାଗତ କଲେ। ସେ ସଭାରେ ସମସ୍ତ ଶିଶୁଙ୍କ ଅଭିଭାବକମାନଙ୍କୁ ମଧ୍ୟ ଡାକି ସଚେତନ କଲେ ଯେ ସେମାନେ ନିଜ ସନ୍ତାନଙ୍କ ଆଚରଣ ଉପରେ ନିରନ୍ତର ନଜର ରଖନ୍ତୁ ଓ ସେମାନଙ୍କୁ ଶିକ୍ଷା, କ୍ରୀଡ଼ା ଓ ଭଲ କାର୍ଯ୍ୟରେ ଅଗ୍ରସର କରାନ୍ତୁ।
SP ପୁରୀ କହିଲେ — “ଶିଶୁମାନେ ଆମ ସମାଜର ଭବିଷ୍ୟତ୍। କେବେ କେବେ ଭୁଲ ସଙ୍ଗ ଓ ପରିସ୍ଥିତି ସେମାନଙ୍କୁ ଅପରାଧ ପଥରେ ନେଇଯାଏ। କିନ୍ତୁ ଯଦି ସମୟରେ ଠିକି ମର୍ଗଦର୍ଶନ ଓ ସମର୍ଥନ ମିଳେ, ସେମାନେ ନିଶ୍ଚୟ ନୂତନ ଜୀବନ ଗଢ଼ିପାରିବେ।”
ସଭାରେ ଅତିରିକ୍ତ ଏସ୍ପି ଶ୍ରୀ ସୌମ୍ୟରଂଜନ ମଲ୍ଲିକ, କୁମ୍ଭାରପଡା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ତାଳବଣିଆ ଥାନା ଅଧିକାରୀ ଶ୍ରୀମନ୍ତୀ ଗୀତାଞ୍ଜଳି ନାୟକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେମାନେ ଜୁଭେନାଇଲ୍ ଶିଶୁମାନଙ୍କ ପୁନର୍ଜୀବନ, ଶିକ୍ଷା ସହାୟତା ସୁଯୋଗ ସମ୍ପର୍କରେ ଆଲୋଚନା କଲେ।
ପୁରୀ ଏସ୍ପି ସମସ୍ତ ଶିଶୁମନଙ୍କୁ ଭବିଷ୍ୟତ ଗଡ଼ିବା ପାଇଁ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଲେ
ଏସ୍ପି ପୁରୀ ଶ୍ରୀ ସିଂ ସେମାନଙ୍କ ପାଇଁ ଆଗାମୀ ଦିନରେ କ୍ୟାରିଅର କଉନସେଲିଂ, ମୋଟିଭେସନାଲ୍ ଶିବିର ଓ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରସ୍ତାବ ରଖିଲେ। ସେ ଅଭିଭାବକମାନଙ୍କୁ ନିୟମିତ ଭାବରେ ପୋଲିସ ସହିତ ସମ୍ପର୍କ ରଖିବାକୁ ଅନୁରୋଧ କଲେ ଯାହାଦ୍ୱାରା ସେମାନଙ୍କ ସନ୍ତାନଙ୍କ ସୁଭବିଷ୍ୟତ ନିଶ୍ଚିତ ହେବ।
ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଚାଲିବ।